Friday, June 25, 2021

କୋରନା ପାଇଁ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ହେଲା ରେକର୍ଡ


ଭୁବନେଶ୍ୱର:ହଁ ଆଜ୍ଞା,ଯାହା ପୂର୍ବରୁ କେବେ ହୋଇ ନ ଥିଲା ,ତାହା ଏ ବର୍ଷ ସମ୍ଭବ ହୋଇପାରିଛି, ମୋଟା ମୋଟି ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଗୋଟେ ରେକର୍ଡ଼ ପ୍ରତିଷ୍ଠା ହୋଇଛି। ୨୦୨୦-୨୧ ଶିକ୍ଷା ବର୍ଷ ର ମାଟ୍ରିକ ରେଜଲ୍ଟ ଆଜି ବାହାରିଛି। ଏ ବର୍ଷ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ କରିଛନ୍ତି, ଅର୍ଥାତ ଏ ବର୍ଷ ର ପାସ ହାର ରହିଛି ୯୭.୮୯ %। ପୂର୍ବରୁ କେବେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ପାସ କରିନଥିଲେ,ତେଣୁ ଏହା ବୋର୍ଡ଼ ଇତିହାସ ର ଏକ ଅଦ୍ଭୂତପୂର୍ବ ସଫଳତା ଅଟେ। ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବିନା ପରୀକ୍ଷାରେ ପାସ କରିଥିବାରୁ ବହୁତ ଶିକ୍ଷାର୍ଥୀ ଖୁସି ଥିବା ବେଳେ କିଛି ନିଜର ପରୀକ୍ଷା ଫଳ କୁ ନେଇ ଅସନ୍ତୁଷ୍ଟ ଥିବା ଅଭିଯୋଗ ଆସିଛି।

Monday, June 21, 2021

ସୁପ୍ରଭାତ ଓଡ଼ିଶା,ଫଟା ଫଟ ଦେଖନ୍ତୁ ସକାଳ ର ତାଜା ଖବର



୩) ରାଜ୍ୟ ରେ ଶତକ ମାରିଲା ଡିଜେଲ: ରାଜ୍ୟ ରେ ପେଟ୍ରୋଲ ପରେ ଡିଜେଲର ଦାମ ମଧ୍ୟ ୧୦୦ ଟଙ୍କା ଟପିଛି। ଗତ ମାସ ପ୍ରଥମ ସପ୍ତାହରୁ ବର୍ତ୍ତମାନ ସୁଦ୍ଧା ତେଲ ଲିଟର ପିଛା ୭ ଟଙ୍କା ବଢିଲାଣି, ଲଗାତାର ତେଲ ଦର ବୃଦ୍ଧି ଜନ ସାଧାରଣ ଙ୍କୁ ଅସ୍ତ ବ୍ୟସ୍ତ କରିପକାଇଛି।


୫) ଟିକା କରଣ ରେ ରେକର୍ଡ: ଆଜି ରାଜ୍ୟରେ ଗୋଟିଏ ଦିନରେ ୩,୩୨,୭୧୭ ଜଣ ଙ୍କୁ ଟିକା ଦିଆ ଯାଇଛି ଯାହା ପୂର୍ବର ସମସ୍ତ ରେକର୍ଡ଼କୁ ଟୋପିଯାଇଛି।ଏବେ ପର୍ଯ୍ୟନ୍ତ ରାଜ୍ୟରେ ୧କୋଟି୧ଲକ୍ଷ୍ୟ୨୯ହଜାର୧୦୫ ଟିକା ଦିଆ ସରିଲାଣି।



Friday, June 18, 2021

ଇଶ୍ରାଏଲ କେମିତି ହେଲା ବିଶ୍ଵର ଏକ ଶକ୍ତିଶାଳୀ ଦେଶ(Case study of Israil)


yyour sports】: ଆପଣ ବିଶ୍ୱାସ କରିବେ କି ଯଦି ଆପଣଙ୍କୁ କୁହାଯାଏ କି ଆମ ଓଡ଼ିଶା ଠୁ କମ ଲୋକସଂଖ୍ୟା ଥିବା ଦେଶ କୁ ସାରା ବିଶ୍ୱ ଭୟ କରେ। ସେମାନେ ଏତେ ଶକ୍ତିଶାଳୀ ଯେ, ବିଶ୍ୱ ର ଅଧିକାଂଶ ଦେଶ ତାଙ୍କ ସହ ଶତ୍ରୁତା କରିବା ପୂର୍ବରୁ ୧୦ ଥର ଚିନ୍ତା କରିଥାଏ । ହଁ ଆଜ୍ଞା ସେ ଆଉ କେହି ନୁହେଁ ସିଏ ହେଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଇସ୍ରାଏଲ।ଏହି ଦେଶ ଏତେ ଶକ୍ତିଶାଳୀ ହେଲା କିପରି ସେହି ବିଷୟରେ ଆମେ ଜାଣିବାକୁ ଚେଷ୍ଟା କରିବା। ଆଜିକା ଦିନରେ ଇସ୍ରାଏଲ ହେଉଛି ଏକ ଶକ୍ତିଶାଳୀ ତଥା ସୁରକ୍ଷିତ ରାଷ୍ଟ୍ର,କିନ୍ତୁ ଦିନ ଥିଲା ସେ ଏତେ ସମୃଦ୍ଧ କିମ୍ଵା ଶକ୍ତିଶାଳୀ ନ ଥିଲା।ଏହି ଦେଶ ର ଚାରିପଟରେ ଥିବା ଦେଶଗୁଡିକ ଏକ ହୋଇ ଇସ୍ରାଏଲ କୁ ବହୁତ ହଇରାଣ ହରକତ କରୁଥିଲେ। କଥା ରେ ନାହିଁ ମାଡ଼ ଖାଇ  ଖାଇ ମଜବୁତ ହେବା ଠିକ ସେମିତି ଇସ୍ରାଏଲ ନିିଜ ଦୁର୍ବଳତା କୁ ନିଜର ଶକ୍ତି କଲା । ଏହି ଦେଶ ଶକ୍ତିଶାଳୀ ହେବା ପଛରେ ମୁୁଖ୍ୟ କାରଣ ହେଲା ଏହର ଖୁପିଆ ଏଜେନସି ଯାହାର ନାମ ହେଲା "ମୋସାଦ"। ଆଜି ମୋସାଦ ଏକ ଶକ୍ତିଶାଳୀ ଖୁପିଆ ଏଜେନସି ଭାବେ ସାରା ବିଶ୍ୱରେ ଜଣାଶୁଣା ।ଏହି ଦେଶର ପ୍ରାୟ ୯୦ ଲକ୍ଷ ଜନତା ଙ୍କ ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଆର୍ମିରେ ଯୋଗ ଦେଇଛନ୍ତି। ଏଠି ସମସ୍ତେ ଆର୍ମିର ଟ୍ରେନିଂ ନେବା ବାଧ୍ୟତାମୂଳକ ଅଟେ।ଏଠି ଝିିଅ ମାନେ ମଧ୍ୟ ପୁଅଙ୍କ ଭଳି କଷ୍ଟକର ଟ୍ରେନିଂ ନିଅନ୍ତି,ଯାହା ଫଳରେ ଏଠି ଆର୍ମିରେ ପୁଅ ଓ ଝିିିଅଙ୍କୁ ସମାନ ସୁଯୋଗ ମିଳିଥାଏ।

ଏହି ଦେଶର ଖୁପିଆ ଏଜେନସି "ମୋସାଦ" ଏତେ ଶକ୍ତିଶାଳୀ ଯେ,ଆମେ ଏହି କଥାରେ ଏହାର ଅନୁୁୁମାନ ଲଗାଇ ପାରିବା" ୧୯୭୨ ମସିହା ମ୍ୟୁନିକ ଅଲମ୍ପିକରେ ଯେତେବେଳେ ଏହି ଦେଶର ୧୧ ଜଣ ଖେଳାଳିଙ୍କୁ ଫିଲିସତିନି ଆତଙ୍କବାଦି ହତ୍ୟା କରିଥିଲ,ସେତେବେଳେ ଏହି ଦେଶ ଦିନେ ଦୁଇ ଦିିିନ ମଧ୍ୟରେ ୧୫୦୦ ରୁ ୨୦୦୦ ଫିଲିସତିନି ଆତଙ୍କବାଦିଙ୍କୁ ମାରିବା ସହ ଆଗାମୀ ୧୬ ବର୍ଷଧରି ବିଭିନ୍ନ ଦେଶ ଖୋଜି ଖୋଜି ସେହି ଆତଙ୍କବାଦିଙ୍କୁ ମାରିଲେ ଯେଉଁ ମାନେ ସେହି ୧୧ ଜଣ ଖେଳାଳିଙ୍କୁ ହତ୍ୟା କରିଥିଲେେ।ୟାଙ୍କର  ଟେକ୍ନୋଲଜି ମଧ୍ୟ ବହୁ ଉନ୍ନତ। ଏହି ଦେଶରେ ପ୍ରଥମ କରି ବଡ଼ ସାଇଜ଼ ମୋବାଇଲ ଫୋନ ଛୋଟ ହେଇଥିଲା।ପେନଡ୍ରାଇବ,ୟୁଏସବି ପୋର୍ଟ ଏହି ଦେଶରେ ଉଦ୍ଭାବନ ହେଇଥିଲା। ଏବେ ଏହିଦେଶ ଏତେ ଉନ୍ନତ ଓ ସୁରକ୍ଷିତ ଯେ ବିଶ୍ୱ ସାରାର ବଡ଼ ବଡ଼ କମ୍ପାନୀ ଏହିଦେଶରେ ଇନଭେଷ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। 

ତ ବନ୍ଧୁଗଣ ମୋର ଏହି ଆର୍ଟିକେଲ ଟି  ଆପଣମାନଙ୍କୁ କିପରି ଲାଗିଲା ଆପଣ ମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ ଆଉ ଏହିପରି ଇଣ୍ଟରେଷ୍ଟିଙ୍ଗ ଆର୍ଟିକେଲ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ମୋତେ ଆପଣମାନେ ଫୋଲ କରିବାକୁ ଅନୁରୋଧ । ଧନ୍ୟବାଦ। ଜୟ ଜଗନ୍ନାଥ।

Thursday, June 17, 2021

Uefa euro-2021 updates

uefa euro- updates
【 yyour sports】: ଚଳିତ ବର୍ଷ ଜାରି ରହିଥିବା ୟୁରୋ-୨୦୨୦ ର କିଛି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏମିତି ଏକ ଘଟଣା କ୍ରମରେ ପର୍ତ୍ତୃଗାଲ ଓ ହଙ୍ଗେରୀ ମଧ୍ୟ ରେ ଥିବା ମ୍ୟାଚ ପରର ସାମ୍ବାଦିକ ସମିଳନୀରେ ପର୍ତ୍ତୃଗାଲ  ଅଧିିିନାୟକ ଖ୍ରୀଷ୍ଟିଆନ ରୋନାଲଡୋ ସମ୍ମୁଖରେ ଥିବା ମୃଦୁ ପାନୀୟ କୋକ ବୋତଲ ଗୁଡିକୁ ହଟେଇ ଦେଇ ପାଣି ପିଇବା କୁ ଜୋର ଦେଇଥିଲେ, ଯେଉଁଥି ପାଇଁ ସେଇ କିଛି ସମୟ ପାଇଁ କକା କଲା କମ୍ପାନୀର ପ୍ରାୟ ୨୯୩୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜଣାପଡିଛି। 

ଠିକ ସେହିପରି ଫ୍ରାନ୍ସ-ଜର୍ମାନୀ ମ୍ୟାଚ ପରେ ଫ୍ରାନ୍ସ ଦଳ ର  ପଲ ପୋଗବା ମଧ୍ୟ ନିଜର 
ସାମ୍ବାଦିକ ସମିଳନୀରେ,ସମ୍ମୁଖରେ ଥିବା ହେଇନକେନ ବିଅର ବୋତଲ ଗୁଡ଼ିକୁ ହଟେଇ ଦେଇଥିଲେ,ତ ଏଥି ପାଇଁ ଉକ୍ତ କମ୍ପାନୀ ର କ୍ଷୟ କ୍ଷତି ବିଷୟରେ ଜଣା ପଡିନାହିଁ। 


Wednesday, June 16, 2021

ଆଜିଠୁ ମୌସୁମୀ ବର୍ଷା, ୬ ଜିଲ୍ଲା କୁ ସତର୍କ ସୂଚନା

 
ଭୁବନେଶ୍ୱର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି ଯାହା ଫଳରେ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଜାରି ରହିଛି ।  ଆଜି ଓଡ଼ିଶାର ୬ ଟି ଜିଲ୍ଲା କୁ ୟେଲ ୱର୍ଣିଙ୍ଗ ଜାରି କରା ଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼,କେଉଁଝର, ମୟୁରଭଞ୍ଜ, ଭଦ୍ରକ,ବାଲେଶ୍ଵର, ଯାଜପୁର। ଏହି ଜିଲ୍ଲା ଗୁଡିକରେ ଘଡ ଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଓଡ଼ଶା ପାଣିପାଗ ବିଭାଗ ସୂଚନା ଦେଇଛି।

ୟୁରୋ- ୨୦୨୦ updates


【your sports】:ଗତ କାଲି ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ  ଗ୍ରୁପ- ଇ ର ସ୍ପେନ ଓ ସ୍ଵିଡେନ ମଧ୍ୟରେ ହେଇଥିଲା। ମ୍ୟାଚ ପ୍ରଥମ ମିନିଟ ରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ପ୍ରବଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ,ଯାହ ଫଳରେ ମ୍ୟାଚ ଟି ଡ୍ର ରହିଥିଲା । ମ୍ୟାଚ ଆରମ୍ଭରୁ ସ୍ପେନ ଗୋଲ ଦେବା ପାଇଁ ପ୍ରବଳ ଆକ୍ରମଣ କରିଥିଲେ ମଧ୍ୟ ସ୍ଵିଡେନ ରାକ୍ଷପନ୍ଥୀ ତଥା ଗୋଲକି ଙ୍କ ବିଚକ୍ଷଣ ଖେଳ ଯୋଗୁଁ ଗୋଲ ଦେବାରୁ ବଂଚିତ ହୋଇଥିଲା ।

ସେହିପରି କାଲିର ଦ୍ଵିତୀୟ ମ୍ୟାଚ ପର୍ତ୍ତୃଗାଲ ଓ ହଙ୍ଗେରୀ ମଧ୍ୟରେ ହେଇଥିଲା । ପର୍ତ୍ତୃଗାଲ ଏହି ମ୍ୟାଚ ରେ ଦ୍ୱିତୀୟାର୍ଦ୍ଧ ର ଶେଷ ୫ମିନିଟରେ ୩ ଟି ଗୋଲ କରି ହଙ୍ଗେରୀ ଠାରୁ ୩-୦ ଗୋଲ ବ୍ୟବଧାନରେ ମ୍ୟାଚ ଜିତି ନେଇଥିଲା। ଏହି ମ୍ୟାଚରେ ପର୍ତ୍ତୃଗାଲ ତରଫରୁ ତାରକା ଖେଳାଳି ଖ୍ରୀଷ୍ଟିଆନ ରୋନାଲଡୋ ୨ ଟି ଗୋଲ ସ୍କୋର କରି ୟୁରୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ମାରିବାର ରେକର୍ଡ ନିଜ ନାମରେ କରିଥିଲେ । 
    ତ ବନ୍ଧୁଗଣ ମୋର ଏହି ଆର୍ଟିକେଲ ଟି  ଆପଣମାନଙ୍କୁ କିପରି ଲାଗିଲା ଆପଣ ମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ ଆଉ ଏହିପରି ଇଣ୍ଟରେଷ୍ଟିଙ୍ଗ ଆର୍ଟିକେଲ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ମୋତେ ଆପଣମାନେ ଫୋଲ କରିବାକୁ ଅନୁରୋଧ । ଧନ୍ୟବାଦ। ଜୟ ଜଗନ୍ନାଥ।

Saturday, June 12, 2021

ସିରିଜ ବିଜୟର ଦ୍ୱାର ରେ ନିଉଜ଼ୀଲାଣ୍ଡ


ଏଜଵାଷ୍ଟନ【yyours sports】: ଏଠାରେ ଚାଲିଥିବା ଇଂଲଣ୍ଡ ଓ ନିଉଜ଼ୀଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି ।ତୃତୀୟ ଦିନର ଖେଳ ସମାପ୍ତ ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ ନିଜର ଦ୍ୱିତୀୟ ଇନିଙ୍ଗସ ରେ ୯ ଉଇକେଟ ହରାଇ ମାତ୍ର ୧୨୨ ରନ କରିଛି , ଯାହା ଫଳରେ ହାତରେ ଆଉ ଏକ ଉଇକେଟ ବାକି ଥାଇ ୩୭ ରନ ରେ ଆଗୁଆ ରହିଛି । 

ଉଲ୍ଲେଖ ଥାଉ କି ଉକ୍ତ ଟେଷ୍ଟ ମ୍ୟାଚ ରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବେଟିଙ୍ଗ କରିଥିଲା,ରୋରୀ ର୍ବନସ ଓ ଡାନିଏଲ ଲରେନ୍ସ,ପ୍ରତେକ ଙ୍କ ୮୧ ରନ ସହାୟତାରେ ଦଳ ୩୦୩ ରନ କାରିବାକୁ ସମର୍ଥ ହୋଇ ଥିଲା,ନିଉଜ଼ୀଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲଟ ୪ ଟି ଓ ମେଟ ହେନ୍ରୀ ୩ ଟି ଉଇକେଟ ଦଖଲ କରି ଥିଲେ । ଜବାବରେ ନିଉଜ଼ୀଲାଣ୍ଡ ଦଳର ଡେଭନ କୋନୱେ ଓ ରସ ଟେଲର ପ୍ରତେକ ଙ୍କ ୮୦ ରନ ,ଯୁବ ଖେଳାଳୀ ଉଇଲ ୟଙ୍ଗ ଙ୍କ ଲଢ଼ୁଆ ୮୨ ରନ ସହାୟତାରେ ଦଳ ୮୫ ରନ ର ମହତ୍ୱପୂର୍ଣ୍ଣ ଅଗ୍ରଣୀ ସହ ୩୮୮ ରନ କାରିବାକୁ ସକ୍ଷମ ହୋଇଥିଲା।ସେହିପରି ଦ୍ୱିତୀୟ ଇନିଂସ ରେ ନିଉଜ଼ୀଲାଣ୍ଡ ବୋଲରଙ୍କ ଅଗ୍ନୀବର୍ଷି ବୋଲିଂ ଆଗରେ ଇଂଲଣ୍ଡ ଦଳ ଆତ୍ମସମର୍ପଣ କରି ମାତ୍ର ୩୭ ରନ ର ଅଗ୍ରଣୀ ସହ ମାତ୍ର ୧୨୨ ରନ କରିପାରିଛି, ଯାହା ଫଳରେ ନିଉଜ଼ୀଲାଣ୍ଡ ସିରିଜ ବିଜୟ ର ନିକଟତର ହୋଇପାରିଛି ।

Friday, June 11, 2021

Uefa EURO-2020 Updates,Italy vs Turkey


ରୋମ 【yyour sports】: ଆଜିଠାରୁ ଆରମ୍ଭ ହେଇଥିବା ୟୁଏଫା ୟୁରୋ-୨୦୨୦ ଗ୍ରୁପ-ଏ ର ପ୍ରଥମ ମ୍ୟାଚ ଇଟାଲୀ ଓ ତୁର୍କୀ ମଧ୍ୟରେ ଖେଳା ଯାଇଥିଲା, ଯେଉଁ ଥିରେ ଇଟାଲୀ ଦଳ ୩-୦ ଗୋଲରେ ତୁର୍କୀ ଦଳ କୁ ହରେଇ ଦେଇଥିଲା । ଉକ୍ତ ମ୍ୟାଚର ପ୍ରଥମ ହାଫ ବହୁତ ସଂଘର୍ଷ ପୁର୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ,ହେଲେ ଦ୍ୱିତୀୟ ହାଫ ରେ ଇଟାଲୀ ଦଳ ତାର ଅସଲ ଶକ୍ତି ଦେଖେଇ ଥିଲା। ଇଟାଲୀ ଦଳ ର ଘନ ଘନ ଆକ୍ରମଣ ରେ ତୁର୍କୀ ଦଳ ସମ୍ପୂର୍ଣ୍ଣ ରୂପେ ବ୍ୟାକଫୁଠ କୁ ଠେଲି ହୋଇ ଯାଇଥିଲା । ତୁର୍କୀ ଦଳ ର ମେରିହ ଡେମୀରାଲ ଙ୍କ ନିଜସ୍ୱ ଆତ୍ମଘାତୀ ଗୋଲ ବଳ ରେ ଇଟାଲୀ ଦଳ ଗୋଲ ଖାତା ଖୋଲି ଥିଲା
ଏହା ପରେ ଇଟାଲୀ ଦଳ ତରଫରୁ ସିର ଇମବିଲି ଓ ଲୋରେଞ୍ଜ ଇଂସିଗନେ ଆଉ ଗୋଟିଏ ଗୋଟିଏ ଗୋଲ ଦେଇ  ୩-୦ ରେ ଶେଷ ପର୍ଯ୍ୟନ୍ତ ଆଗୁଆ ରଖି ଦଳକୁ ବିଜୟ କରିଥିଲେ।ଆଜି ଏହି ଗ୍ରୁପର ଦ୍ୱିତୀୟ ମ୍ୟାଚ ସ୍ୱିଜ଼ରଲାଣ୍ଡ ଓ ୱେଲସ ମଧ୍ୟରେ ଖେଳାଯିବ ।

ଆଜିଠୁ ଆରମ୍ଭ ଫୁଟବଲ୍ ମହାକୁମ୍ଭ

ରୋମ:-ଆଜିଠାରୁ ଆରମ୍ଭ ବହୁ ପ୍ରତୀକ୍ଷିତ ଫୁଟବଲ୍ ମହାକୁମ୍ଭ ୟୁରୋ-୨୦୨୦,ଯାହା ୨୦୨୦ ମସିହା ରେ ହଵା ର ଥିଲା, ମାତ୍ର  କୋଭିଡ଼ କାରଣରୁ ଏହି ପ୍ରତିଯୋଗିତା ଏ ବର୍ଷ ହେବାକୁ ଯାଉଛି । ଏହି ଫୁଟବଲ ପ୍ରତିଯୋଗିତାରେ ୟୁରୋପ ମହାଦେଶର ୨୪ ଟି ବଛା ବଛା ଦେଶ ଭାଗ ନେବାକୁ ଯାଉଛନ୍ତି । 

ଆଜି ରାତି ୧୨ ଟା ୧୫ ମିନିଟ ସମୟରେ ରୋମ ର ଷ୍ଟାଡ଼ିଓ ଅଲମ୍ପିକ ଷ୍ଟାଡିୟମରେ  ଉଦଘାଟନୀ  ମ୍ୟାଚ ଖେଳାଯିବ । ଉକ୍ତ ମ୍ୟାଚରେ ଇଟାଲୀ ଓ ତୁର୍କୀ ମୁହାଁ ମୁହିଁ ହେବାକୁ ଯାଉଛନ୍ତି ।Euro-2020 updates

ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା

 ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ...