Wednesday, June 16, 2021

ୟୁରୋ- ୨୦୨୦ updates


【your sports】:ଗତ କାଲି ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ  ଗ୍ରୁପ- ଇ ର ସ୍ପେନ ଓ ସ୍ଵିଡେନ ମଧ୍ୟରେ ହେଇଥିଲା। ମ୍ୟାଚ ପ୍ରଥମ ମିନିଟ ରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ପ୍ରବଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ,ଯାହ ଫଳରେ ମ୍ୟାଚ ଟି ଡ୍ର ରହିଥିଲା । ମ୍ୟାଚ ଆରମ୍ଭରୁ ସ୍ପେନ ଗୋଲ ଦେବା ପାଇଁ ପ୍ରବଳ ଆକ୍ରମଣ କରିଥିଲେ ମଧ୍ୟ ସ୍ଵିଡେନ ରାକ୍ଷପନ୍ଥୀ ତଥା ଗୋଲକି ଙ୍କ ବିଚକ୍ଷଣ ଖେଳ ଯୋଗୁଁ ଗୋଲ ଦେବାରୁ ବଂଚିତ ହୋଇଥିଲା ।

ସେହିପରି କାଲିର ଦ୍ଵିତୀୟ ମ୍ୟାଚ ପର୍ତ୍ତୃଗାଲ ଓ ହଙ୍ଗେରୀ ମଧ୍ୟରେ ହେଇଥିଲା । ପର୍ତ୍ତୃଗାଲ ଏହି ମ୍ୟାଚ ରେ ଦ୍ୱିତୀୟାର୍ଦ୍ଧ ର ଶେଷ ୫ମିନିଟରେ ୩ ଟି ଗୋଲ କରି ହଙ୍ଗେରୀ ଠାରୁ ୩-୦ ଗୋଲ ବ୍ୟବଧାନରେ ମ୍ୟାଚ ଜିତି ନେଇଥିଲା। ଏହି ମ୍ୟାଚରେ ପର୍ତ୍ତୃଗାଲ ତରଫରୁ ତାରକା ଖେଳାଳି ଖ୍ରୀଷ୍ଟିଆନ ରୋନାଲଡୋ ୨ ଟି ଗୋଲ ସ୍କୋର କରି ୟୁରୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ମାରିବାର ରେକର୍ଡ ନିଜ ନାମରେ କରିଥିଲେ । 
    ତ ବନ୍ଧୁଗଣ ମୋର ଏହି ଆର୍ଟିକେଲ ଟି  ଆପଣମାନଙ୍କୁ କିପରି ଲାଗିଲା ଆପଣ ମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ ଆଉ ଏହିପରି ଇଣ୍ଟରେଷ୍ଟିଙ୍ଗ ଆର୍ଟିକେଲ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ମୋତେ ଆପଣମାନେ ଫୋଲ କରିବାକୁ ଅନୁରୋଧ । ଧନ୍ୟବାଦ। ଜୟ ଜଗନ୍ନାଥ।

No comments:

Post a Comment

ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା

 ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ...