ଏଜଵାଷ୍ଟନ【yyours sports】: ଏଠାରେ ଚାଲିଥିବା ଇଂଲଣ୍ଡ ଓ ନିଉଜ଼ୀଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି ।ତୃତୀୟ ଦିନର ଖେଳ ସମାପ୍ତ ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ ନିଜର ଦ୍ୱିତୀୟ ଇନିଙ୍ଗସ ରେ ୯ ଉଇକେଟ ହରାଇ ମାତ୍ର ୧୨୨ ରନ କରିଛି , ଯାହା ଫଳରେ ହାତରେ ଆଉ ଏକ ଉଇକେଟ ବାକି ଥାଇ ୩୭ ରନ ରେ ଆଗୁଆ ରହିଛି ।
ଉଲ୍ଲେଖ ଥାଉ କି ଉକ୍ତ ଟେଷ୍ଟ ମ୍ୟାଚ ରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବେଟିଙ୍ଗ କରିଥିଲା,ରୋରୀ ର୍ବନସ ଓ ଡାନିଏଲ ଲରେନ୍ସ,ପ୍ରତେକ ଙ୍କ ୮୧ ରନ ସହାୟତାରେ ଦଳ ୩୦୩ ରନ କାରିବାକୁ ସମର୍ଥ ହୋଇ ଥିଲା,ନିଉଜ଼ୀଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲଟ ୪ ଟି ଓ ମେଟ ହେନ୍ରୀ ୩ ଟି ଉଇକେଟ ଦଖଲ କରି ଥିଲେ । ଜବାବରେ ନିଉଜ଼ୀଲାଣ୍ଡ ଦଳର ଡେଭନ କୋନୱେ ଓ ରସ ଟେଲର ପ୍ରତେକ ଙ୍କ ୮୦ ରନ ,ଯୁବ ଖେଳାଳୀ ଉଇଲ ୟଙ୍ଗ ଙ୍କ ଲଢ଼ୁଆ ୮୨ ରନ ସହାୟତାରେ ଦଳ ୮୫ ରନ ର ମହତ୍ୱପୂର୍ଣ୍ଣ ଅଗ୍ରଣୀ ସହ ୩୮୮ ରନ କାରିବାକୁ ସକ୍ଷମ ହୋଇଥିଲା।ସେହିପରି ଦ୍ୱିତୀୟ ଇନିଂସ ରେ ନିଉଜ଼ୀଲାଣ୍ଡ ବୋଲରଙ୍କ ଅଗ୍ନୀବର୍ଷି ବୋଲିଂ ଆଗରେ ଇଂଲଣ୍ଡ ଦଳ ଆତ୍ମସମର୍ପଣ କରି ମାତ୍ର ୩୭ ରନ ର ଅଗ୍ରଣୀ ସହ ମାତ୍ର ୧୨୨ ରନ କରିପାରିଛି, ଯାହା ଫଳରେ ନିଉଜ଼ୀଲାଣ୍ଡ ସିରିଜ ବିଜୟ ର ନିକଟତର ହୋଇପାରିଛି ।


New zeal and rocks
ReplyDelete🤘👍🏻👍🏻
ReplyDeleteIt's okk
ReplyDelete👍👍
ReplyDelete