ଭୁବନେଶ୍ୱର:ହଁ ଆଜ୍ଞା,ଯାହା ପୂର୍ବରୁ କେବେ ହୋଇ ନ ଥିଲା ,ତାହା ଏ ବର୍ଷ ସମ୍ଭବ ହୋଇପାରିଛି, ମୋଟା ମୋଟି ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଗୋଟେ ରେକର୍ଡ଼ ପ୍ରତିଷ୍ଠା ହୋଇଛି। ୨୦୨୦-୨୧ ଶିକ୍ଷା ବର୍ଷ ର ମାଟ୍ରିକ ରେଜଲ୍ଟ ଆଜି ବାହାରିଛି। ଏ ବର୍ଷ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ କରିଛନ୍ତି, ଅର୍ଥାତ ଏ ବର୍ଷ ର ପାସ ହାର ରହିଛି ୯୭.୮୯ %। ପୂର୍ବରୁ କେବେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ପାସ କରିନଥିଲେ,ତେଣୁ ଏହା ବୋର୍ଡ଼ ଇତିହାସ ର ଏକ ଅଦ୍ଭୂତପୂର୍ବ ସଫଳତା ଅଟେ। ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବିନା ପରୀକ୍ଷାରେ ପାସ କରିଥିବାରୁ ବହୁତ ଶିକ୍ଷାର୍ଥୀ ଖୁସି ଥିବା ବେଳେ କିଛି ନିଜର ପରୀକ୍ଷା ଫଳ କୁ ନେଇ ଅସନ୍ତୁଷ୍ଟ ଥିବା ଅଭିଯୋଗ ଆସିଛି।
Friday, June 25, 2021
Wednesday, June 23, 2021
Monday, June 21, 2021
Friday, June 18, 2021
ଇଶ୍ରାଏଲ କେମିତି ହେଲା ବିଶ୍ଵର ଏକ ଶକ୍ତିଶାଳୀ ଦେଶ(Case study of Israil)
【 yyour sports】: ଆପଣ ବିଶ୍ୱାସ କରିବେ କି ଯଦି ଆପଣଙ୍କୁ କୁହାଯାଏ କି ଆମ ଓଡ଼ିଶା ଠୁ କମ ଲୋକସଂଖ୍ୟା ଥିବା ଦେଶ କୁ ସାରା ବିଶ୍ୱ ଭୟ କରେ। ସେମାନେ ଏତେ ଶକ୍ତିଶାଳୀ ଯେ, ବିଶ୍ୱ ର ଅଧିକାଂଶ ଦେଶ ତାଙ୍କ ସହ ଶତ୍ରୁତା କରିବା ପୂର୍ବରୁ ୧୦ ଥର ଚିନ୍ତା କରିଥାଏ । ହଁ ଆଜ୍ଞା ସେ ଆଉ କେହି ନୁହେଁ ସିଏ ହେଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଇସ୍ରାଏଲ।ଏହି ଦେଶ ଏତେ ଶକ୍ତିଶାଳୀ ହେଲା କିପରି ସେହି ବିଷୟରେ ଆମେ ଜାଣିବାକୁ ଚେଷ୍ଟା କରିବା। ଆଜିକା ଦିନରେ ଇସ୍ରାଏଲ ହେଉଛି ଏକ ଶକ୍ତିଶାଳୀ ତଥା ସୁରକ୍ଷିତ ରାଷ୍ଟ୍ର,କିନ୍ତୁ ଦିନ ଥିଲା ସେ ଏତେ ସମୃଦ୍ଧ କିମ୍ଵା ଶକ୍ତିଶାଳୀ ନ ଥିଲା।ଏହି ଦେଶ ର ଚାରିପଟରେ ଥିବା ଦେଶଗୁଡିକ ଏକ ହୋଇ ଇସ୍ରାଏଲ କୁ ବହୁତ ହଇରାଣ ହରକତ କରୁଥିଲେ। କଥା ରେ ନାହିଁ ମାଡ଼ ଖାଇ ଖାଇ ମଜବୁତ ହେବା ଠିକ ସେମିତି ଇସ୍ରାଏଲ ନିିଜ ଦୁର୍ବଳତା କୁ ନିଜର ଶକ୍ତି କଲା । ଏହି ଦେଶ ଶକ୍ତିଶାଳୀ ହେବା ପଛରେ ମୁୁଖ୍ୟ କାରଣ ହେଲା ଏହର ଖୁପିଆ ଏଜେନସି ଯାହାର ନାମ ହେଲା "ମୋସାଦ"। ଆଜି ମୋସାଦ ଏକ ଶକ୍ତିଶାଳୀ ଖୁପିଆ ଏଜେନସି ଭାବେ ସାରା ବିଶ୍ୱରେ ଜଣାଶୁଣା ।ଏହି ଦେଶର ପ୍ରାୟ ୯୦ ଲକ୍ଷ ଜନତା ଙ୍କ ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଆର୍ମିରେ ଯୋଗ ଦେଇଛନ୍ତି। ଏଠି ସମସ୍ତେ ଆର୍ମିର ଟ୍ରେନିଂ ନେବା ବାଧ୍ୟତାମୂଳକ ଅଟେ।ଏଠି ଝିିଅ ମାନେ ମଧ୍ୟ ପୁଅଙ୍କ ଭଳି କଷ୍ଟକର ଟ୍ରେନିଂ ନିଅନ୍ତି,ଯାହା ଫଳରେ ଏଠି ଆର୍ମିରେ ପୁଅ ଓ ଝିିିଅଙ୍କୁ ସମାନ ସୁଯୋଗ ମିଳିଥାଏ।
ଏହି ଦେଶର ଖୁପିଆ ଏଜେନସି "ମୋସାଦ" ଏତେ ଶକ୍ତିଶାଳୀ ଯେ,ଆମେ ଏହି କଥାରେ ଏହାର ଅନୁୁୁମାନ ଲଗାଇ ପାରିବା" ୧୯୭୨ ମସିହା ମ୍ୟୁନିକ ଅଲମ୍ପିକରେ ଯେତେବେଳେ ଏହି ଦେଶର ୧୧ ଜଣ ଖେଳାଳିଙ୍କୁ ଫିଲିସତିନି ଆତଙ୍କବାଦି ହତ୍ୟା କରିଥିଲ,ସେତେବେଳେ ଏହି ଦେଶ ଦିନେ ଦୁଇ ଦିିିନ ମଧ୍ୟରେ ୧୫୦୦ ରୁ ୨୦୦୦ ଫିଲିସତିନି ଆତଙ୍କବାଦିଙ୍କୁ ମାରିବା ସହ ଆଗାମୀ ୧୬ ବର୍ଷଧରି ବିଭିନ୍ନ ଦେଶ ଖୋଜି ଖୋଜି ସେହି ଆତଙ୍କବାଦିଙ୍କୁ ମାରିଲେ ଯେଉଁ ମାନେ ସେହି ୧୧ ଜଣ ଖେଳାଳିଙ୍କୁ ହତ୍ୟା କରିଥିଲେେ।ୟାଙ୍କର ଟେକ୍ନୋଲଜି ମଧ୍ୟ ବହୁ ଉନ୍ନତ। ଏହି ଦେଶରେ ପ୍ରଥମ କରି ବଡ଼ ସାଇଜ଼ ମୋବାଇଲ ଫୋନ ଛୋଟ ହେଇଥିଲା।ପେନଡ୍ରାଇବ,ୟୁଏସବି ପୋର୍ଟ ଏହି ଦେଶରେ ଉଦ୍ଭାବନ ହେଇଥିଲା। ଏବେ ଏହିଦେଶ ଏତେ ଉନ୍ନତ ଓ ସୁରକ୍ଷିତ ଯେ ବିଶ୍ୱ ସାରାର ବଡ଼ ବଡ଼ କମ୍ପାନୀ ଏହିଦେଶରେ ଇନଭେଷ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି।
ତ ବନ୍ଧୁଗଣ ମୋର ଏହି ଆର୍ଟିକେଲ ଟି ଆପଣମାନଙ୍କୁ କିପରି ଲାଗିଲା ଆପଣ ମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ ଆଉ ଏହିପରି ଇଣ୍ଟରେଷ୍ଟିଙ୍ଗ ଆର୍ଟିକେଲ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ମୋତେ ଆପଣମାନେ ଫୋଲ କରିବାକୁ ଅନୁରୋଧ । ଧନ୍ୟବାଦ। ଜୟ ଜଗନ୍ନାଥ।
Thursday, June 17, 2021
Uefa euro-2021 updates
uefa euro- updates
【 yyour sports】: ଚଳିତ ବର୍ଷ ଜାରି ରହିଥିବା ୟୁରୋ-୨୦୨୦ ର କିଛି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏମିତି ଏକ ଘଟଣା କ୍ରମରେ ପର୍ତ୍ତୃଗାଲ ଓ ହଙ୍ଗେରୀ ମଧ୍ୟ ରେ ଥିବା ମ୍ୟାଚ ପରର ସାମ୍ବାଦିକ ସମିଳନୀରେ ପର୍ତ୍ତୃଗାଲ ଅଧିିିନାୟକ ଖ୍ରୀଷ୍ଟିଆନ ରୋନାଲଡୋ ସମ୍ମୁଖରେ ଥିବା ମୃଦୁ ପାନୀୟ କୋକ ବୋତଲ ଗୁଡିକୁ ହଟେଇ ଦେଇ ପାଣି ପିଇବା କୁ ଜୋର ଦେଇଥିଲେ, ଯେଉଁଥି ପାଇଁ ସେଇ କିଛି ସମୟ ପାଇଁ କକା କଲା କମ୍ପାନୀର ପ୍ରାୟ ୨୯୩୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜଣାପଡିଛି।
ଠିକ ସେହିପରି ଫ୍ରାନ୍ସ-ଜର୍ମାନୀ ମ୍ୟାଚ ପରେ ଫ୍ରାନ୍ସ ଦଳ ର ପଲ ପୋଗବା ମଧ୍ୟ ନିଜର ସାମ୍ବାଦିକ ସମିଳନୀରେ,ସମ୍ମୁଖରେ ଥିବା ହେଇନକେନ ବିଅର ବୋତଲ ଗୁଡ଼ିକୁ ହଟେଇ ଦେଇଥିଲେ,ତ ଏଥି ପାଇଁ ଉକ୍ତ କମ୍ପାନୀ ର କ୍ଷୟ କ୍ଷତି ବିଷୟରେ ଜଣା ପଡିନାହିଁ।
Wednesday, June 16, 2021
ଆଜିଠୁ ମୌସୁମୀ ବର୍ଷା, ୬ ଜିଲ୍ଲା କୁ ସତର୍କ ସୂଚନା
ଭୁବନେଶ୍ୱର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି ଯାହା ଫଳରେ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ଓଡ଼ିଶାର ୬ ଟି ଜିଲ୍ଲା କୁ ୟେଲ ୱର୍ଣିଙ୍ଗ ଜାରି କରା ଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼,କେଉଁଝର, ମୟୁରଭଞ୍ଜ, ଭଦ୍ରକ,ବାଲେଶ୍ଵର, ଯାଜପୁର। ଏହି ଜିଲ୍ଲା ଗୁଡିକରେ ଘଡ ଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଓଡ଼ଶା ପାଣିପାଗ ବିଭାଗ ସୂଚନା ଦେଇଛି।
ୟୁରୋ- ୨୦୨୦ updates
【your sports】:ଗତ କାଲି ୟୁରୋ କପ ଫୁଟବଲ ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ ଗ୍ରୁପ- ଇ ର ସ୍ପେନ ଓ ସ୍ଵିଡେନ ମଧ୍ୟରେ ହେଇଥିଲା। ମ୍ୟାଚ ପ୍ରଥମ ମିନିଟ ରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ପ୍ରବଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ,ଯାହ ଫଳରେ ମ୍ୟାଚ ଟି ଡ୍ର ରହିଥିଲା । ମ୍ୟାଚ ଆରମ୍ଭରୁ ସ୍ପେନ ଗୋଲ ଦେବା ପାଇଁ ପ୍ରବଳ ଆକ୍ରମଣ କରିଥିଲେ ମଧ୍ୟ ସ୍ଵିଡେନ ରାକ୍ଷପନ୍ଥୀ ତଥା ଗୋଲକି ଙ୍କ ବିଚକ୍ଷଣ ଖେଳ ଯୋଗୁଁ ଗୋଲ ଦେବାରୁ ବଂଚିତ ହୋଇଥିଲା ।
ସେହିପରି କାଲିର ଦ୍ଵିତୀୟ ମ୍ୟାଚ ପର୍ତ୍ତୃଗାଲ ଓ ହଙ୍ଗେରୀ ମଧ୍ୟରେ ହେଇଥିଲା । ପର୍ତ୍ତୃଗାଲ ଏହି ମ୍ୟାଚ ରେ ଦ୍ୱିତୀୟାର୍ଦ୍ଧ ର ଶେଷ ୫ମିନିଟରେ ୩ ଟି ଗୋଲ କରି ହଙ୍ଗେରୀ ଠାରୁ ୩-୦ ଗୋଲ ବ୍ୟବଧାନରେ ମ୍ୟାଚ ଜିତି ନେଇଥିଲା। ଏହି ମ୍ୟାଚରେ ପର୍ତ୍ତୃଗାଲ ତରଫରୁ ତାରକା ଖେଳାଳି ଖ୍ରୀଷ୍ଟିଆନ ରୋନାଲଡୋ ୨ ଟି ଗୋଲ ସ୍କୋର କରି ୟୁରୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ମାରିବାର ରେକର୍ଡ ନିଜ ନାମରେ କରିଥିଲେ ।
ତ ବନ୍ଧୁଗଣ ମୋର ଏହି ଆର୍ଟିକେଲ ଟି ଆପଣମାନଙ୍କୁ କିପରି ଲାଗିଲା ଆପଣ ମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ ଆଉ ଏହିପରି ଇଣ୍ଟରେଷ୍ଟିଙ୍ଗ ଆର୍ଟିକେଲ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ମୋତେ ଆପଣମାନେ ଫୋଲ କରିବାକୁ ଅନୁରୋଧ । ଧନ୍ୟବାଦ। ଜୟ ଜଗନ୍ନାଥ।
Subscribe to:
Posts (Atom)
ନାଗପୁର ଦଙ୍ଗା ପାଇଁ ଛାବା ଫିଲ୍ମ କୁ ଦାୟୀ କଲେ ମୌଲାନା
ଭୁବନେଶ୍ୱର :- ଗତ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଠାରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳ ପରିସ୍ଥିତି ପାଇଁ ମୁଖ୍ୟ ରୂପରେ ବୋଲିଉଡ଼ ଫିଲ୍ମ "ଛାବା" ହିଁ ଦାୟୀ...
-
𝚃𝚘𝚔𝚢𝚘 (𝚢𝚢𝚘𝚞𝚛𝚜𝚙𝚘𝚛𝚝𝚜.𝚋𝚕𝚘𝚐𝚜𝚙𝚘𝚝.𝚌𝚘𝚖) :- 𝙼𝚊𝚛𝚢 𝚔𝚘𝚖 𝚝𝚑𝚎 𝚏𝚊𝚌𝚎 𝚘𝚏 𝙸𝚗𝚍𝚒𝚊 𝚊𝚝 𝚝𝚑𝚎 𝚘𝚗𝚐𝚘𝚒𝚗𝚐 ...
-
୧) କୋରନା ପାରା ଡାଉନ: ଦୀର୍ଘ ୭୧ ଦିନ ପରେ ରାଜ୍ୟରେ କୋରନା ୫% ତଳକୁ ଖସିଛି। ୨) ସୁରଟ ଫେରୁଛନ୍ତି ପ୍ରବାସୀ: କୋରନା ଭୟରେ ଘରକୁ ଫେରି ଆସିଥିବା ପ୍ରବାସୀ ମାନେ ୨ ମାସ...
-
(Yyoursports.blogspot.com) Royal challenger Bangalore:- RCB Retain Virat kohli, Maxwell and Siraj.Surprisingly There are no Paddikal . Mumba...















