ଭୁବନେଶ୍ୱର: ଏବେବି ଦେହ ମନ କୁ ଶିହରଣ ଖେଳେଇ ଦେଉଥିବା ସେହି ୯୦ ଦଶକର ଓଡ଼ିଆ ଏଭର ଗ୍ରୀନ ଗୀତ "ଏ ସମିତା,ମୋର ଭୂଗୋଳ ରେ ଭଲ ହେଉଥିଲା, ବୟସ ରାଜପଥରେ,ତୋର ଲମ୍ବା ବେଣି,ନୀଳ ନୟନା ଇତ୍ୟାଦି ଗୀତର ସୁପ୍ରସିଦ୍ଧ ତଥା ଘରେ ଘରେ ପରିଚିତ କଣ୍ଠଶିଳ୍ପୀ ଶକ୍ତିମିଶ୍ର ଗତ କିଛିଦିନ ହେବ ହାର୍ଟ, କିଡନୀ ତଥା ଲିଭର ଜନିତ ସମସ୍ୟାରେ ଅସୁସ୍ଥ ହେଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି, ସ୍ୟାସ୍ଥ ରେ ଉନ୍ନତି ନ ହେବାରୁ ସିଏ ଏବେ ଆଇ.ସି.ୟୁ ରେ ଭର୍ତି ହେଇଛନ୍ତି।
ତାଙ୍କ ସମୟର ସେ ଜଣେ କଣ୍ଠ ର ଯାଦୁଗର କହିଲେ ଅତୁକ୍ତି ହେବ ନାହିଁ,ସେ କେବଳ ଆଲବମ ଜଗତ କିମ୍ବା ଫିଲ୍ମ ଜଗତ ରେ ସୀମିତ ନ ଥିଲେ,ବିଭିନ୍ନ ଅର୍କେଷ୍ଟ୍ରା ପାର୍ଟି ତଥା ଯାତ୍ରା ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଉ ଥିଲେ।
ଆଜି ତାଙ୍କର ଏପରି ଦୁସମୟରେ ସମସ୍ତ ସଙ୍ଗୀତ ପ୍ରେମୀ ତାଙ୍କ ସହ ରହିବା ସହ ,ସେ ଯଥା ଶୀଘ୍ର ସୁସ୍ଥ ହୋଇ ଆମ ଗହଣ କୁ ଫେରି ଆସନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରୁଛୁ।

Get well soon
ReplyDelete