ଭୁବନେଶ୍ୱର:ହଁ ଆଜ୍ଞା,ଯାହା ପୂର୍ବରୁ କେବେ ହୋଇ ନ ଥିଲା ,ତାହା ଏ ବର୍ଷ ସମ୍ଭବ ହୋଇପାରିଛି, ମୋଟା ମୋଟି ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଗୋଟେ ରେକର୍ଡ଼ ପ୍ରତିଷ୍ଠା ହୋଇଛି। ୨୦୨୦-୨୧ ଶିକ୍ଷା ବର୍ଷ ର ମାଟ୍ରିକ ରେଜଲ୍ଟ ଆଜି ବାହାରିଛି। ଏ ବର୍ଷ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ କରିଛନ୍ତି, ଅର୍ଥାତ ଏ ବର୍ଷ ର ପାସ ହାର ରହିଛି ୯୭.୮୯ %। ପୂର୍ବରୁ କେବେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ପାସ କରିନଥିଲେ,ତେଣୁ ଏହା ବୋର୍ଡ଼ ଇତିହାସ ର ଏକ ଅଦ୍ଭୂତପୂର୍ବ ସଫଳତା ଅଟେ। ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବିନା ପରୀକ୍ଷାରେ ପାସ କରିଥିବାରୁ ବହୁତ ଶିକ୍ଷାର୍ଥୀ ଖୁସି ଥିବା ବେଳେ କିଛି ନିଜର ପରୀକ୍ଷା ଫଳ କୁ ନେଇ ଅସନ୍ତୁଷ୍ଟ ଥିବା ଅଭିଯୋଗ ଆସିଛି।

Ok
ReplyDeleteକି ରେକର୍ଡ ରେ ବାବା
ReplyDelete